Categories: ଜାତୀୟ

ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା: ୧୩ ଧର୍ମସ୍ଥଳକୁ କରାଯାଇଥିଲା ଟାର୍ଗେଟ୍‌

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ୧୩ ଧର୍ମସ୍ଥଳକୁ ଟାର୍ଗେଟ୍‌ କରାଯାଇଥିଲା। ସେଥିମଧ୍ୟରୁ ୧୧ଟି ଧର୍ମସ୍ଥଳ କ୍ଷତିଗ୍ରସ୍ତ ହୋଇଥିବା ଦିଲ୍ଲୀ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅଧିକାର ଅଧିନିୟମ(ଆର୍‌ଟିଆଇ) ଅନ୍ତର୍ଗତ ଆଇନଜୀବୀ ୟୁସୁଫ ନକୀଙ୍କ ଦ୍ୱାରା କରାଯାଇଥିତ୍ବା ପୃଥକ ପୃଥକ ଆବେଦନରେ ଏଭଳି ଉତ୍ତର ଦିଆଯାଇଛି। ଏନେଇ ୧୯୩ ଏଫ୍‌ଆଇଆର୍‌ ଦାଏର ହୋଇଥିବାବେଳେ ୩୭୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର-ପୂର୍ବ ଦିଲ୍ଲୀର ଅତିରିକ୍ତ ପୋଲିସ ଉପାୟୁକ୍ତ ଏମ୍‌.ଏ. ରିଜଓ୍ବିଙ୍କ ହସ୍ତାକ୍ଷର ଥିବା ଉତ୍ତର ପୋଲିସ ବିଭାଗ ପକ୍ଷରୁ ୟୁସୁଫଙ୍କୁ ଦିଆଯାଇଛି। ସାମ୍ପ୍ରଦାୟିକ ହିଂସାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବା ଏଥିରେ ଦର୍ଶାଯାଇଛି। ତେବେ ଧର୍ମସ୍ଥଳ ଗୁଡ଼ିକର ନାମ ସମ୍ପର୍କରେ ଅବା ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ପୋଲିସ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ।

Share