ଦିଲ୍ଲୀରେ ବଢ଼ୁଛି କରୋନା ମିଟର: ଗତ ୨୪ଘଣ୍ଟାରେ ୧୪୯୦ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୪: ରାଜଧାନୀରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ କିଛି ଦିନରୁ ୧ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବୁଧବାର ଦିଲ୍ଲୀରେ ୧୩୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ପୁଣି ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ୧୪୯୦କରୋନା ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜଧାନୀରେ ବର୍ତ୍ତମାନ ୫୨୫୦ସକ୍ରିୟ ମାମଲା ରହିଛି। ଅନ୍ୟପଟେ ଦିଲ୍ଲୀରେ ବର୍ତ୍ତମାନ ସଂକ୍ରମଣ ହାର ୪ପ୍ରତିଶତରୁ ଊର୍ଦ୍ଧ୍ୱ ରହିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ଦ୍ଧିତ କରୋନା ମାମଲା ନୂଆ ଲହରର ଆଶଙ୍କା ଦେଉଛି।

Share