ଅଲଗା ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ ମିଳୁଛି କରୋନା ଭାଇରସ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟ ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ କରୋନା ଭାଇରସ ଦେଖିବାକୁ ମିଳୁଥିବା କୁହାଯାଇଛି ।
ବସନ୍ତ କୁଞ୍ଜ ଫର୍ଟିଜ ହସ୍ପିଟାଲର ଡାଇରେକ୍ଟର ଡାକ୍ତର ଗୌରୀ ଶଙ୍କର ଶର୍ମା କହିଛନ୍ତି, ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ତେବେ ଅନ୍ୟ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ ଆସୁଥିବା ଅନେକ ଲୋକଙ୍କଠାରେ କରୋନା ସଂକ୍ରମଣ ଦେଖାଯାଇଛି । ଏବେ ହସ୍ପିଟାଲରେ ଦୁଇ ପ୍ରକାର ରୋଗୀ ଥିବା ସେ କହିଛନ୍ତି । ଗୋଟିଏ ଯେଉଁମାନେ ଅନ୍ୟରୋଗରେ ପୀଡିତ ହେବା ସହ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଆଉ କେତେକ କରୋନାରେ ପୀଡ଼ିତ ହେବା ପରେ ହଡବଡେଇ ଯାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ କରୋନାରେ ସଂକ୍ରମିତ ହେଉଥିବା ଅନେକ ବ୍ୟକ୍ତି ଭ୍ୟାକ୍ସିନର ଉଭୟ ଡୋଜ ନେଇ ବି କରୋନାରେ ସଂକ୍ରିମିତ ହୋଇଥିବା ଡାକ୍ତର ଶର୍ମା କହିଛନ୍ତି । ସୂଚନାଯୋଗ୍ୟ, ଏବେ ଦେଶରେ ଦୈନିକ ୧୨ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Share