Categories: ଜାତୀୟ

ଅକ୍ସିଜେନ୍‌ ସଙ୍କଟ ଯୋଗୁ ୨୪ ଘଣ୍ଟାରେ ଗଲା ୨୫ ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ,୨୩।୪: ସାରା ଦେଶରେ କରୋନା ପରିସ୍ଥିତି ବିଗିଡିବାରେ ଲାଗିଛି। ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଦେଶର ରାଜଧାନୀ ଦିଲ୍ଲୀରେ ଅମ୍ଳଜାନର ସଙ୍କଟ ସର୍ବାଧିକ ଦେଖାଯାଇଛି। ଦିଲ୍ଲୀର ଏକ ବଡ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ହେତୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାକାର ସାର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟାରେ ଅମ୍ଲଜାନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୬୦ ରୋଗୀଙ୍କ ଜୀବନ ବିପଦରେ ରହିଛି। ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ ତାଙ୍କ ଡାକ୍ତରଖାନାରେ ଥିବା ଅମ୍ଳଜାନ ସରିଯାଇଛି। ଏହି କାରଣରୁ ସେ ଏଠାରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀଙ୍କୁ ସରକାରୀ ଡାକ୍ତରଖାନାକୁ ପଠାଉଛନ୍ତି।
ଅନ୍ୟ ୬୦ ଗୁରୁତର ଅସୁସ୍ଥ ରୋଗୀଙ୍କ ଜୀବନ ମଧ୍ୟ ବିପଦରେ ଅଛି ଏବଂ ଗୁରୁତର ସଙ୍କଟ ହେବାର ସମ୍ଭାବନା ରହିଛି। ଅମ୍ଳଜାନ ଜରୁରୀ ଅଟେ। ଆଇସିୟୁ ଏବଂ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଅଣ-ଯାନ୍ତ୍ରିକ ଢଙ୍ଗରେ ଭେଣ୍ଟିଲେସନ ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି ବୋଲି ମେଡିକାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Share