Categories: ଜାତୀୟ

ରେକର୍ଡ ଭାଙ୍ଗିଲା ରାଜଧାନୀ

ନୂଆଦିଲ୍ଲୀ,୧୯।୧୧: ଦେଶର ରାଜଧାନୀ ଦିଲ୍ଲୀରେ କରୋନା କାୟା ବିସ୍ତାର ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୮୬ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହାସହ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦିଲ୍ଲୀରେ ଗୋଟିଏ ଦିନରେ କରୋନା ମୃତ୍ୟୁ ମାମଲା ରେକର୍ଡ ମଧ୍ୟ ଭାଙ୍ଗିଯାଇଛି। ଏହାପୂର୍ବରୁ, ନଭେମ୍ବର ୧୩ରେ ଦିଲ୍ଲୀରେ ୨୪ ଘଣ୍ଟାରେ ୧୦୪ ଜଣ ମୃତ୍ୟୁବରଣ କରିଥିଲେ। ଏ ପର୍ଯ୍ୟନ୍ତ ଦିଲ୍ଲୀରେ କରୋନାରୁ ମୋଟ ୭୯୪୩ ଲୋକଙ୍କର ମୃତ୍ୟୁ ହୋଇଛି। ଏବେ ରାଜ୍ୟରେ ୪୨୪୫୮ ସକ୍ରିୟ ମାମଲା ଅଛି । ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଛି। ରାଜଧାନୀରେ ସଂକ୍ରମିତ କରୋନା ସଂଖ୍ୟା ୫୦୩୦୮୪ କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ମଙ୍ଗଳବାର ଦିଲ୍ଲୀରେ ୬୩୯୬ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୯୯ଜଣ ଲୋକ ପ୍ରାଣ ହରାଇଥିଲେ।

Share