ଜ୍ୟାକ୍‌ଲିନଙ୍କୁ ଆଶ୍ୱସ୍ତି

ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ୱସ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ ଜାମିନ ସର୍ତ୍ତରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଦେଶ ଛାଡିବାର ୩ ଦିନ ପୂର୍ବରୁ ତାଙ୍କୁ କୋର୍ଟ ଏବଂ ଇଡିଙ୍କୁ ଜଣାଇବାକୁ ପଡିବ ବୋଲି କହିଛନ୍ତି।
ଏହି ମାମଲାରେ କୋର୍ଟ କହିଛନ୍ତି ଯେ, ବାରମ୍ବାର ବିଦେଶ ଯିବା ପୂର୍ବରୁ କୌଣସି ବ୍ୟକ୍ତି ଅନୁମତି ନେବା କଷ୍ଟକର ହୋଇପଡେ, ଏପରି ପରିସ୍ଥିତିରେ ବୃତ୍ତିଗତ ବ୍ୟକ୍ତିଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୁଏ। ଏହି କାରଣରୁ ତାଙ୍କ ଜୀବିକା ହରାଇବାର ବିପଦ ରହିଛି। ଜ୍ୟାକଲିଙ୍କୁ ଏହି କାରଣରୁ ଛାଡି ଦିଆଯାଉଛି। କିନ୍ତୁ ତାଙ୍କୁ ବିଦେଶ ଯିବାର ତିନି ଦିନ ପୂର୍ବରୁ କୋର୍ଟ ଏବଂ ଇଡିଙ୍କୁ ଜଣାଇବାକୁ ପଡିବ ବୋଲି କୋର୍ଟ କହିଛନ୍ତି।

Share