ନୂଆଦିଲ୍ଲୀ,୧୧।୧୧: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍୍ଙ୍କୁ ଦିଲ୍ଲୀ କୋର୍ଟରୁ ଶୁକ୍ରବାର ବଡ଼ ଆଶ୍ୱସ୍ତି ମିଳିଛି। ୨୦୦କୋଟି ମନି ଲଣ୍ଡିଂ ମାମଲାରେ କୋର୍ଟ ଜ୍ୟାକଲିନଙ୍କ ଜାମିନ ଆବେଦନକୁ ଗ୍ରହଣ କରିନେଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଜଣକ ଅନ୍ତରୀଣ ଜାମିନରେ ରହିବେ। ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ରେ ଆସିବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, କୋର୍ଟରୁ ଜ୍ୟାକଲିନ୍ଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନ ନଭେମ୍ବର ୧୦ରେ ଶେଷ ହେଉଥିଲା। ଅନ୍ୟପଟେ ଇଡି କ୍ରମାଗତ ଭାବେ ଜ୍ୟାକଲିନ୍ଙ୍କ ଜାମିନକୁ ବିରୋଧ କରିଆସୁଛି। ଜାମିନ ପାଇବା ପରେ ଅଭିନେତ୍ରୀ ଜଣକ ପ୍ରମାଣକୁ ଖଣ୍ଡନ କରିପାରନ୍ତି କିମ୍ବା ବିଦେଶକୁ ପଳାୟନ କରିପାରନ୍ତି ବୋଲି ଇଡ଼ି ପକ୍ଷରୁ କୁହାଯାଇଛି। ତେଣୁ ସେ ଜାମିନକୁ ବିରୋଧ କରୁଛନ୍ତି।