Advertisement

ସତୈନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୭।୧୧: ଆମ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ କୋର୍ଟରୁ ଝଟ୍‌କା ଲାଗିଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ସତ୍ୟେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ଜାମିନ ଆବେଦନକୁ ରାଉଜ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମନି ଲଣ୍ଡରିଂ ଆକ୍ଟ ଅଧିନିୟମ ଅନୁଯାୟୀ ଜୈନଙ୍କୁ ମେ ୩୦ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share