Categories: ଜାତୀୟ

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି, ବଢିଲା ଇଡି ରିମାଣ୍ଡ

ନୂଆଦିଲ୍ଲୀ,୨୮।୩: ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆଶ୍ୱସ୍ତି ମିଳିନାହିଁ। ଗୁରୁବାର ତାଙ୍କ ଇଡି ରିମାଣ୍ଡକୁ ବୃଦ୍ଧି କରାଯାଇଛି। ଦିଲ୍ଲୀର ରାଉସ ଏଭିନ୍ୟୁ କୋର୍ଟ ଏହାକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ ।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ମାଗିବା ସମୟରେ ଇଡି କହିଛି ଯେ ମୋବାଇଲ ଫୋନରୁ ତଥ୍ୟ ବାହାର କରାଯାଇଛି ଏବଂ ବର୍ତ୍ତମାନ ଏହାର ବିଶ୍ଳେଷଣ କରାଯାଉଛି।

Share