Categories: ଜାତୀୟ

ବ୍ରିଜଭୂଷଣ ସିଂହଙ୍କୁ ଝଟ୍‌କା, ଚାର୍ଜଫ୍ରେମ କଲେ କୋର୍ଟ

ନୂଆଦିଲ୍ଲୀ,୧୦।୫: ବଢିଲା ବିଜେପି ଭାଜପା ଏମପି ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ତାଙ୍କ ବିରୋଧରେ ୬ ଜଣ ମହିଳା ରେସଲର ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

କୋର୍ଟ କହିଛନ୍ତି, ୬ଟିରୁ ୫ଟି ମାମଲାରେ ଚାର୍ଜଫ୍ରେମ କରିବାକୁ ବ୍ରିଜଭୂଷଣଙ୍କ ବିରୋଧରେ ଆବଶ୍ୟକ ତଥ୍ୟ ମିଳିଛି। କୋର୍ଟ ୫ଟି ମାମଲାରେ ଆଇପିସିର ଧାରା ୩୫୪ ଓ ୩୫୪ଡିରେ ଚାର୍ଜଫ୍ରେମ କରିଥିବା ବେଳେ ବ୍ରିଜଭୂଷଣଙ୍କ ବିରୋଧରେ ଥିବା ୬ଟି ମାମଲାକୁ ତଥ୍ୟ ଅଭାବରୁ ଖାରଜ କରି ଦେଇଛନ୍ତି।

Share