ନୂଆଦିଲ୍ଲୀ,୨୩।୮: ବେଆଇନ୍ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ସ୍ତ୍ରୀ ପୁନମ ଜୈନଙ୍କୁ ରୋଜ ଏଭିନ୍ୟୁ କୋର୍ଟ ମଙ୍ଗଳବାର ଜାମିନ୍ ପ୍ରଦାନ କରିଛନ୍ତି। ସତୈନ୍ଦ୍ର ଜୈନ ମଧ୍ୟ ନୂତନ ଜାମିନ୍ ଆବେଦନ କରିଛନ୍ତି, ତେବେ ଆସନ୍ତା ୨୭ରେ ଏହାର ଶୁଣାଣି ହେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ପୁନମଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ କୋର୍ଟ।