କାଳୀ ବିବାଦ: ମାନିମେକଲାଇଙ୍କୁ କୋର୍ଟ ସମନ, ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୨ା୭: କାନାଡାରେ ଫିଲ୍ମ ‘କାଳୀ’ ପୋଷ୍ଟର ପ୍ରଦର୍ଶନକୁ ନେଇ ବିବାଦୀୟ ଦେଖାଦେଇଛି। ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲିନା ମାନିମେକଲାଇ ଓ ଅନ୍ୟମାନଙ୍କୁ ଦିଲ୍ଲୀର ଏକ କୋର୍ଟ ସମନ ଜାରି କରିଛନ୍ତି।

ହିନ୍ଦୁ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍‌ ଟାଣୁଥିବା ଫିଲ୍ମ ପୋଷ୍ଟର ଶେୟାର ଦ୍ୱାରା ଧର୍ମୀୟ ଭାବାବେଗକୁ ଆଘାତ ଦେଇଛି। ଏନେଇ ତୁରନ୍ତ ଏହି ପ୍ରମୋଶନାଲ ଫଟୋ ଏବଂ ପୋଷ୍ଟର ହଟାଇବାକୁ ଦାବି କରି ଲିନାଙ୍କ ବିରୋଧରେ ଏମକ ମାମଲା ଦାଏର ହୋଇଥିଲା। ଅଗଷ୍ଟ ୬ରେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

Share