ନୂଆଦିଲ୍ଲୀ,୧୪ା୯: କୁତବ୍ମିନାର ମାଲିକାନା ଦାବିକରି ନିଜକୁ ଆଗ୍ରା ରାଜପରିବାରର ଉତ୍ତରାଧିକାରୀ କହୁଥିବା ଜଣେ ବ୍ୟକ୍ତି କରିଥିବା ଆବେଦନ ଉପରେ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି। ସାକେତ୍ କୋର୍ଟର ଅତିରିକ୍ତ ଜିଲା ଜଜ୍ ଦିନେଶ କୁମାର ୧୭ ତାରିଖରେ ରାୟ ଶୁଣାଇବେ। କୁନଓ୍ବାର ମହେନ୍ଦ୍ରଧ୍ୱଜ ପ୍ରସାଦ ସିଂ ନିଜକୁ ଆଗ୍ରା ସଂଯୁକ୍ତ ପ୍ରଦେଶର ଉତ୍ତରାଧିକାରୀ ଦାବି କରିବା ସହ ମୀରଟରୁ ଆଗ୍ରା ଅଞ୍ଚଳ ଉପରେ ଅଧିକାର ଚାହୁଁଛନ୍ତି। ସେ ଆଇନଜୀବୀ ଏମ୍.ଏଲ୍. ଶର୍ମାଙ୍କ ଜରିଆରେ କୋର୍ଟରେ ପିଟିଶନ ଦାଏର କରିଥିଲେ। ଆବେଦନକାରୀ ବେଶ୍ୱାନ ପରିବାରର ହୋଇଥିବାବେଳେ ସେ ନିଜକୁ ରାଜା ରୋହିଣୀ ରମଣ ଧ୍ୱଜ ପ୍ରସାଦ ସିଂଙ୍କ ଉତ୍ତରାଧିକାରୀ ଏବଂ ୧୬୯୫ରେ ଦେହାନ୍ତ ହୋଇଥବା ରାଜା ନନ୍ଦ ରାମଙ୍କ ବଂଶଜ ବୋଲି ଦାବି କରିଛନ୍ତି।