ନୂଆଦିଲ୍ଲୀ,୧୩।୧୦: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ହେପାଜତ ଶୁଣାଣି ସମୟରେ ସଞ୍ଜୟ ସିଂ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଔଷଧ ପାଇଁ ପୃଥକ ଆବେଦନ କରାଯାଇଛି।
ଅକ୍ଟୋବର ୧୦ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂଙ୍କ ଇଡି ହେପାଜତକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେପାଜତର ଅବଧି ଶେଷ ହେବା ପରେ ତାଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ, ଦିଲ୍ଲୀ ଏକ୍ସାଇଜ ପଲିସିରେ ଅନିୟମିତତା ହୋଇଥିବା ଇଡି ଅଭିଯୋଗ କରିଛି।