Categories: ଜାତୀୟ

ମାନହାନି ମାମଲା: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ

ନୂଆଦିଲ୍ଲୀ,୬।୭: ମାନହାନି ମାମଲାରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମନ ପଠାଇଛନ୍ତି। ଅଗଷ୍ଟ ୭ରେ କୋର୍ଟରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାନହାନି ମାମଲା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତଙ୍କ ପକ୍ଷରୁ ଦାଖଲ କରାଯାଇଥିଲା।

ଫେବୃୟାରୀ ୨୦୨୩ରେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି ଗଜେନ୍ଦ୍ର ସିଂ ଶେଖୱତ ବିରୋଧରେ ସଞ୍ଜୀବନୀ ଘୋଟାଲାର ଅଭିଯୋଗ ଆଣିଥିଲେ। ଯାହାପରେ ଶେଖୱତ ତାଙ୍କୁ ବଦନାମ କରିଥିବା ଅଭିଯୋଗ କରି ଦିଲ୍ଲୀ କୋର୍ଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ।

Share