Categories: ଜାତୀୟ

ରାଜଧାନୀରେ ଉପରମୁହାଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବଢିଚାଲିଛି। ଗତ ୨୪ ଘଣ୍ଟାରେ ୩୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ହାର ୩.୯୫କୁ ପହଞ୍ଚିଛି। ଫେବୃୟାରୀ ୩ଠାରୁ ଏହି ସଂଖ୍ୟା ସର୍ବାଧିକ ରହିଛି। ସେହିପରି ଗୁରୁବାର ଦିଲ୍ଲୀରେ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଜିଟିଭିଟି ହାର ୨.୩୯ ଥିଲା।

ଅନ୍ୟପକ୍ଷେ, କରୋନା ସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଯେଉଁମାନେ ଦ୍ୱିତୀୟ ଡୋଜ ଟିକା ନେବାର ୯ମାସ ପୂରଣ କରିସାରିଛନ୍ତି ସେମାନେ ବୁଷ୍ଟର ଡୋଜ ନେଇପାରିବେ।

Share