Categories: ଜାତୀୟ

ଶତ୍ରୁ ଦେଶର ହନିଟ୍ରାପରେ ଭାରତୀୟ ବାୟୁସେନା ଯବାନ, ଗିରଫ କଲା ଦିଲ୍ଲୀ କ୍ରାଇମ ବ୍ରାଞ୍ଚ

ନୂଆଦିଲ୍ଲୀ,୧୨ ।୫: ଏବେ ଶ୍ରତୁ ଦେଶ ଉପରେ ଆକ୍ରମଣ କରିବାକୁ ଗୁପ୍ତଚରଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଏଥିରେ କିଛି ଦେଶ ହନିଟ୍ରାପ ବ୍ୟବହାର କରି ଶତ୍ରୁ ଦେଶର ଯବାନମାନଙ୍କୁ ଟାର୍ଗେଟ କରିଛନ୍ତି । ଫଳରେ ସୁରକ୍ଷା ସହ ଜଡିତ ତଥ୍ୟ ବାହାର କରିବା ସହଜସାଧ୍ୟ ହୋଇପାରିବ । ଏମିତି ଏକ ମାମଲାରେ ଦିଲ୍ଲୀ ପୋଲିସକୁ ସଫଳତା ମିଳିଛିି ।
ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଭାରତୀୟ ବାୟୁ ସେନାର ଜଣେ ଯବାନଙ୍କୁ ଗୁପ୍ତଚର କରୁଥିବା ମାମଲାରେ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ଦେବେନ୍ଦ୍ର ଶର୍ମା ବୋଲି କୁହାଯାଇଛି । ଅଭିଯୋଗ ହୋଇଛି କି ଦେବେନ୍ଦ୍ର ଶର୍ମାଙ୍କୁ ପ୍ରଥମେ ହନିଟ୍ରାପରେ ଫସାଇ ଭାରତୀୟ ବାୟୁସେନା ସହ ଜଡିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବାକୁ ପ୍ରୟାସ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦେବେନ୍ଦ୍ର ଶର୍ମାଙ୍କୁ ହନିଟ୍ରାପରେ ଫସାଇ ଉଚ୍ଚ ଅଧିକାରୀଙ୍କ ନାମ ଠିକଣା ସହ କେତେ ରାଡାର ଲଗାଯାଇଛି ତା’ର ତଥ୍ୟ ବାହାର କରାଯାଇଛି । ଫଳରେ ଭିବଷ୍ୟତରେ ଦେଶରେ ବଡ ଧରଣର ଅଘଟଣ ଘଟିବାର ସମ୍ଭାବନା ରହିଛି । ତେବେ ଗୁଇନ୍ଦା ସଂସ୍ଥା ଦ୍ୱାରା ଦିଲ୍ଲୀ ପୋଲିସକୁ ମିଳିଥିବା ଇନପୁଟ ଆଧାରରେ ୬ ମେ’ରେ ଦେବେନ୍ଦ୍ରଙ୍କୁ ଗିରଫ କରାଯାଇଛି ।

Share