ନୂଆଦିଲ୍ଲୀ,୨୨।୩ : ଦେଶର ରାଜଧାନୀରେ ମଦ ପିଇବା ପାଇଁ ପୂର୍ବରୁ ଧାର୍ଯ୍ୟ ବୟସ ସୀମାକୁ ହ୍ରାସ କରାଯାଇଛି। ପୂର୍ବରୁ ଦିଲ୍ଲୀରେ ମଦ ପିଇବା ପାଇଁ ଆଇନଗତ ବୟସ ୨୫ ଥିବାବେଳେ ଏହାକୁ ୨୧କୁ ହ୍ରାସ କରାଯାଇଛି। ଏ ନେଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୋମବାର ସଦୂଚନା ଦେଇଛନ୍ତି।
ମନ୍ତ୍ରୀମାନଙ୍କ ମଣ୍ଡଳିର ସୁପାରିସ କ୍ରମେ ନୂଆ ଅବକାରୀ ପଲିସିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ନୂଆ ନିୟମ ଅନୁସାରେ ଦିଲ୍ଲୀରେ ଥିବା ମଦ ଷ୍ଟୋରଗୁଡ଼ିକୁ ଆଉ ସରକାର ପରିଚାଳନା କରିବେ ନାହିଁ। ଏହା ଦ୍ୱାରା ସରକାର ଅବକାରୀ ବିଭାଗରୁ ଅଧିକ ୨୦ ପ୍ରତିଶତ ରାଜସ୍ବ ପାଇବେ। ଆଉ ଦେଶର ଜାତୀୟ ରାଜଧାନୀରେ ଆଉ ନୂଆ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ ନାହିଁ ବୋଲି ସିସୋଦିଆ କହିଛନ୍ତି।