ନୂଆଦିଲ୍ଲୀ, ୧୪।୯- ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଏ ନେଇ ସୋମବାର ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ହାଲୁକା ଜ୍ୱର ହେବାରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି। ଯାହାର ରିପୋର୍ଟ ପଜିଟିଭ ଆସିଛି। ଏହାପରେ ମୁଁ ଆଇସୋଲେଶନରେ ରହିଛି। ବର୍ତ୍ତମାନ ଜ୍ୱର କିମ୍ବା ଅନ୍ୟ କୌଣସି ସମସ୍ୟା ନାହିଁ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆପଣମାନଙ୍କ ଆଶୀର୍ବାଦରେ ଖୁବଶିଘ୍ର ସୁସ୍ଥ ହୋଇ କର୍ମକ୍ଷେତ୍ରକୁ ଫେରିବି।
हल्का बुख़ार होने के बाद आज कोरोना टेस्ट क़राया था जिसकी रिपोर्ट पोज़िटिव आई है. मैंने स्वयं को एकांतवास में रख लिया है.
फ़िलहाल बुख़ार या अन्य कोई परेशानी नहीं है मैं पूरी तरह ठीक हूँ. आप सब की दुआओं से जल्द ही पूर्ण स्वस्थ होकर काम पर लौटूँगा.— Manish Sisodia (@msisodia) September 14, 2020