Categories: ଜାତୀୟ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ, ୧୪।୯- ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ  ସିସୋଦିଆ। ଏ ନେଇ ସୋମବାର ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ହାଲୁକା ଜ୍ୱର ହେବାରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି। ଯାହାର ରିପୋର୍ଟ ପଜିଟିଭ ଆସିଛି। ଏହାପରେ ମୁଁ ଆଇସୋଲେଶନରେ ରହିଛି। ବର୍ତ୍ତମାନ ଜ୍ୱର କିମ୍ବା ଅନ୍ୟ କୌଣସି ସମସ୍ୟା ନାହିଁ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆପଣମାନଙ୍କ ଆଶୀର୍ବାଦରେ ଖୁବଶିଘ୍ର ସୁସ୍ଥ ହୋଇ କର୍ମକ୍ଷେତ୍ରକୁ ଫେରିବି।

Share