Categories: ଜାତୀୟ

ଦୁଇଚାରି ଦିନରେ ମୋତେ ଗିରଫ କରାଯିବ, ହେଲେ ୨୦୨୪ ନିର୍ବାଚନ ହେବ ମୋଦି ବନାମ କେଜରିୱାଲ: ସିସୋଡିଆ

ନୂଆଦିଲ୍ଲୀ,୨୦ ।୮: ସିବିଆଇ ଚଢାଉକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଶନିବାର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସିବିଆଇ-ଇଡିର ଭୟ ଦେଖାଉଛି । ଇଡି-ସିବିଆଇ ଦମରେ ସେ କିଛି ସରକାର ଭାଙ୍ଗିବି ସାରିଲାଣି । ମୋତେ ବି ୨-୪ ଦିନ ମଧ୍ୟରେ ଗିରଫ କରାଯିବ । ହେଲେ ଆମେ ଭୟ କରିନୁ । ପଞ୍ଜାବ ନିର୍ବାଚନ ପରେ ସାରା ଦେଶରେ ଅରବିନ୍ଦ କେଜରିୱାଲଙ୍କ ଲୋକପ୍ରିୟତା ବଢିଛି । ହେଲେ ଏସବୁ କାମ କେଜରିୱାଲଙ୍କୁ ଅଟକାଇବାକୁ କରାଯାଇଛି ବୋଲି ସିସୋଡିଆ କହିଛନ୍ତି । ହେଲେ ଏମିତି ସମ୍ଭବ ହେବ ନାହିଁ । ୨୦୨୪ର ଲୋକ ସଭା ନିର୍ବାଚନ ମୋଦି ବନାମ କେଜରିୱାଲ ହେବ । ସେ କହିଛନ୍ତି ଅବକାରୀ ନୀତିରେ କୌଣସି ଘୋଟାଲା ହୋଇନାହିଁ ହେଲେ ତାଙ୍କୁ ଉପରୁ ନିର୍ଦ୍ଦେଶ ରହିଛି ।
ଭଗତ ସିଂଙ୍କ ଫଲୋୟର କହୁଥିବା ସିସୋଡିଆ କହିଛନ୍ତି, ଭାଜପା ଆମକୁ ଭାଙ୍ଗି ପାରିବ ନାହିଁ । ଆମେ ଦେଶର ହିତ ପାଇଁ ଜେଲ ଯିବାକୁ ପ୍ରସ୍ତୁତ ଅଛୁ । କେଜରିୱାଲଙ୍କ ସହ ଲକ୍ଷ ଲକ୍ଷ ପିଲା ଅଛନ୍ତି କୋଟି କୋଟି ଜନତାଙ୍କ ଆଶୀର୍ବାଦ ରହିଛି ।

Share