ନୂଆଦିଲ୍ଲୀ,୧୬ ।୧୦: ଅବକାରୀ ଘୋଟାଲା ମାମଲାରେ ସିବିଆଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ୧୧ଟାରେ ପଚରାଉଚରା ପାଇଁ ଡାକିଛି । ଏହି ସମନ ମିଳିବା ପରେ ସିସୋଡିଆ ଏକ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ତଙ୍କ ଘରେ ୧୪ ଘଣ୍ଟା ଧରି ସିବିଆଇ ରେଡ କରିଛି, ହେଲେ କିଛି ମିଳିଲା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଲକର ବି ଯାଞ୍ଚ କରାଗଲା ସେଥିରୁ ବି କିଛି ମିଳିଲା ନାହିଁ । ତାଙ୍କ ଗାଁରେ ବି କିଛି ମିଳିଲା ନାହିଁ ।
ଏବେ ସିବିଆଇ ସୋମବାର ଅର୍ଥାତ୍ ୧୭ ଅକ୍ଟୋବରରେ ପଚରା ଉଚରାପାଇଁ ସିବିଆଇ ମୁଖ୍ୟାଳୟକୁ ଡାକିଛି । ସେ କହିଛନ୍ତି ସେ ସିବିଆଇ ମୁଖ୍ୟାଳୟରେ ପହଞ୍ଚିବେ ଓ ସମ୍ପୂର୍ଣ୍ଣ ଭାବେ ସିବିଆଇକୁ ସହଯୋଗ କରିବେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ସିସୋଡିଆଙ୍କ ଘରେ ସିବିଆଇ ଚଢାଉ କରିଥିଲା । ତେବେ ସିସୋଡିଆଙ୍କୁ ପଚରା ଉଚରା ପାଇଁ ପ୍ରଶ୍ନ ତାଲିକା ବି ପ୍ରସ୍ତୁତ ହୋଇ ସାରିଲାଣି ।