ନୂଆଦିଲ୍ଲୀ, ୨୯।୯: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନା ଭାଇରସ୍କୁ ପରାସ୍ତ କରିଛନ୍ତି। କରୋନା ଭାଇରସ୍ ଓ ଡେଙ୍ଗୁରେ ଆକ୍ରାନ୍ତ ସିସୋଦିଆ ମଙ୍ଗଳବାର ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ସିସୋଦିଆଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ମେକ୍ସ ହସ୍ପିଟାଲରୁ ତାଙ୍କୁ ଡିସ୍ଚାର୍ଜ କରାଯାଇଛି। ସେ ଏବେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ କରିବା ଲାଗି ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି।
ବର୍ଷୀୟ ସିସୋଦିଆଙ୍କ ଅକ୍ସିଜେନସ୍ତର କମିଯିବାରୁ ତାଙ୍କୁ ଗୁରୁବାର ମେକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଶୁକ୍ରବାର ତାଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା। ପ୍ରକାଶଯୋଗ୍ୟ, ସିସୋଦିଆ ସେପ୍ଟେମ୍ବର ୧୪ରେ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ଘରେ ଆଇସୋଲେଶନରେ ରହିଥିଲେ। ତେବେ ସ୍ବାସ୍ଥ୍ୟବସ୍ଥା ଖରାପ ହେବାକୁ ତାଙ୍କୁ ଗତ ବୁଧବାର ଲୋକ ନାୟକ ଜୟପ୍ରକାଶ (ଏଲ୍ଏନ୍ଜେପି) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରଦିନ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା। ତେଣୁ ପରେ ମନୀଷଙ୍କୁ ମେକ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।