Categories: ଜାତୀୟ

ଅକ୍ଟୋବର ୧୩ ଯାଏ ବଢିଲା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସଞ୍ଜୟଙ୍କ ଇଡି ରିମାଣ୍ଡ ସରୁଥିବା ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଇଡି କୋର୍ଟରେ ସଞ୍ଜୟଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା। ହେଲେ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି।

ଏଏପି ନେତା ସଞ୍ଜୟ ସିଂଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୪ ଅକ୍ଟୋବରରେ ଗିରଫ କରାଯାଇଥିଲା।

Share