Advertisement

ଅବକାରୀ ଦୁର୍ନୀତି ମାମଲା: ଏଏପିକୁ ଅଭିଯୁକ୍ତ ଦର୍ଶାଇବ ଇଡି

ନୂଆଦିଲ୍ଲୀ,୧୪।୫: ଅବକାରୀ ଦୁର୍ନୀତି ମାମଲାରେ ଦାଖଲ କରାଯିବାକୁ ଥିବା ଆଗାମୀ ଅଭିଯୋଗପତ୍ରରେ ଆମ ଆଦମୀ ପାର୍ଟି(ଏଏପି)କୁ ଅଭିଯୁକ୍ତ ଦର୍ଶାଯିବ ବୋଲି ଦିଲ୍ଲୀ ହାଇକୋର୍ଟରେ ଇଡି କହିଛି। ଏପରିକି ମନିଷ ସିସୋଡିଆଙ୍କ ଜାମିନ ଆବେଦନକୁ ବିରୋଧ କରି ତାଙ୍କ ଦ୍ୱାରା ଲଗାତାର ଭାବେ ଶୁଣାଣିରେ ବିଳମ୍ବ କରିବାକୁ ଚେଷ୍ଟା କରାଯାଉଥିବା ସଂସ୍ଥା କହିଛି।

ଇଡିର ଓକିଲ ବିଚାରପତି ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ସମ୍ମୁଖରେ କହିଛନ୍ତି, ମାମଲାରେ ଦାୟର କରାଯିବାକୁ ଥିବା ଆଗାମୀ ଅଭିଯୋଗପତ୍ରରେ ଏଏପିକୁ ସହ-ଅଭିଯୁକ୍ତ ବୋଲି ଦର୍ଶାଯିବ। କାରଣ ଏହି ମାମଲାରେ ଅଭିଯୋଗକୁ ପ୍ରମାଣ କରିବା ପ୍ରକ୍ରିୟାରେ ବିଳମ୍ବ କରିବା ଲାଗି ଅଭିଯୁକ୍ତଙ୍କ ଦ୍ୱାରା ଚେଷ୍ଟା ଜାରି ରହିଛି।

ସେହିଭଳି ସିସୋଡିଆଙ୍କ ଓକିଲ ତାଙ୍କର ଜାମିନକୁ ନେଇ ଅନୁରୋଧ କରି କହିଛନ୍ତି ଯେ ଇଡି ଏବଂ ସିବିଆଇ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମାମଲାରେ ଲୋକଙ୍କୁ ଏବେ ବି ଗିରଫ କରୁଛନ୍ତି। ଏଣୁ ମାମଲାର ଶୁଣାଣି ଶୀଘ୍ର ପୂରଣ ହେବାର ପ୍ରଶ୍ନ ନାହିଁ। ଜାମିନ ଆବେଦନ ଉପରେ ଉପରେ ଆଗାମୀ ବିତର୍କ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: National