Categories: ଜାତୀୟ

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ୪ର୍ଥ ଥର ବି ଇଡି ସାମ୍ନାରେ ହାଜର ହେବେନି କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସମନ ପଠାଇଛି। ଇଡି ସମନ ଅନୁଯାୟୀ, କେଜ୍‌ରିଓ୍ବାଲଙ୍କୁ ଗୁରୁବାର (ଜାନୁଆରୀ ୧୮) ତଦନ୍ତକାରୀ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ପଡିବ। ତେବେ ଚତୁର୍ଥ ସମନରେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଦନ୍ତକାରୀ ସଂସ୍ଥା ସମ୍ମୁଖରେ ହାଜର ହେବାକୁ ଯାଉନଥିବା ସମସ୍ତ ସମ୍ଭାବନା ରହିଛି। ଏହାର କାରଣ ହେଉଛି କେଜ୍‌ରିଓ୍ବାଲ ୩ ଦିନିଆ ଗୋଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିପାଇଁ ସେ ଗୁରୁବାରଠୁ ଯାତ୍ରା କରିବେ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ପୂର୍ବ ଘୋଷଣା କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ଗୋଆ ଯିବେ। ଆମ ଆଦମୀ ପାର୍ଟି (ଏଏପି) ର ମୁଖ୍ୟ ହୋଇ ଅରବିନ୍ଦ କେଜ୍‌ରିଓ୍ବାଲ ମଧ୍ୟ ଲୋକ ସଭା ନିର୍ବାଚନ ପାଇଁ ରାଜ୍ୟରେ ଦଳର ପ୍ରସ୍ତୁତି ଉପରେ ନଜର ରଖିବାକୁ ଯାଉଛନ୍ତି।

Share