Categories: ଜାତୀୟ

ହାଇକୋର୍ଟରୁ ସିସୋଡିଆଙ୍କୁ ସାମାନ୍ୟ ଆଶ୍ୱସ୍ତି

ନୂଆଦିଲ୍ଲୀ,୨।୬: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଶୁକ୍ରବାର ଅର୍ଥାତ୍‌ ୨ ଜୁନରେ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କୋର୍ଟ ସିସୋଡିଆଙ୍କୁ ଶନିବାର ୩ ଜୁନ ସକାଳ ୧୦ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇ କହିଛନ୍ତି କି ଏହି ସମୟ ମଧ୍ୟରେ ସେ ତାଙ୍କ ପତ୍ନୀଙ୍କୁ ଭେଟିପାରିବେ। ଏହାସହ କୋର୍ଟ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନକୁ ନେଇ ରାୟ ସଂରକ୍ଷିତ ରଖିଛନ୍ତି।

ଏହି ସମୟ ମଧ୍ୟରେ ସିସୋଡିଆ ଗଣମାଧ୍ୟମ ସହ କଥାବାର୍ତ୍ତା କରିବେ ନାହିଁ ବୋଲି ହାଇକୋର୍ଟ ଏକ ସର୍ତ୍ତ ରଖିଛନ୍ତି। ତାଙ୍କୁ କେବଳ ତାଙ୍କ ପରିବାର ସହିତ କଥା ହେବାକୁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ସେ ମୋବାଇଲ ଏବଂ ଇଣ୍ଟରନେଟ ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଶନିବାର ସା ସୁଦ୍ଧା ତାଙ୍କ ପତ୍ନୀଙ୍କ ଡାକ୍ତରୀ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସିସୋଡିଆଙ୍କୁ କହିଛନ୍ତି ଏବଂ ସେ ମଧ୍ୟ ତାଙ୍କୁ ପୋଲିସ ହେପାଜତରେ ଭେଟି ପାରିବେ। ବାସ୍ତବରେ, ସିସୋଡିଆ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟକୁ ଦର୍ଶାଇ ଜାମିନ ମାଗିଥିଲେ।

Share