ନୂଆଦିଲ୍ଲୀ,୨୪।୩: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ରୌଜ୍ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଗିରଫଦାରୀ ଉପରେ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ତେବେ କୋର୍ଟ ଏହି ମାମଲାର ଶୁଣାଣି କରି କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି। ଏହି ଜାମିନ ଆବେଦନର ଶୁଣାଣି ମାର୍ଚ୍ଚ ୩୧ରେ ହେବ ବୋଲି ସୂଚନା ମିଳିଛି।