Categories: ଜାତୀୟ

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ ଗିରଫ

ନୂଆଦିଲ୍ଲୀ, ୧୫ା୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସୋମବାର ଇଣ୍ଡିଆ ଆହେଡ୍‌ ନ୍ୟୁଜ୍‌ର ଅରବିନ୍ଦ କୁମାର ସିଂଙ୍କୁ ଗିରଫ କରିଛି। ବେଆଇନ ଭାବେ ସଂଗୃହୀତ ୧୭ କୋଟି ଟଙ୍କାକୁ ଅରବିନ୍ଦ ଚ୍ୟାନେଲ ଜରିଆରେ ସାଉଥ୍‌ ଗ୍ରୁପ୍‌ ପାଖକୁ ପଠାଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ତାଙ୍କୁ ଜେରା ପାଇଁ ରିମାଣ୍ଡରେ ନେଇପାରେ। ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି ଯେଉଁଥିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ନାଁ ରହିଛି।

Share