Categories: ଜାତୀୟ

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିବେ। କୋର୍ଟ ସିବିଆଇ ଏବଂ ଇଡିଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ମନୀଷ ସିସୋଡିଆଙ୍କୁ ଚଳିତ ବର୍ଷ ଫେବୃୟାରୀରେ ମଦ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ଏଏପି ନେତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଏହି କାରଣରୁ ସେ ସୁପ୍ରିମକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ।

ସେପ୍ଟେମ୍ବର ୧୫ରେ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶେଷ ଶୁଣାଣି କରିଥିଲେ। ଉଭୟ ପକ୍ଷର ଓକିଲଙ୍କ ଶୁଣାଣି ପରେ ଜାମିନ ଆବେଦନ ସ୍ଥଗିତ ରଖାଯାଇଥିଲା। ସିସୋଡିଆଙ୍କ ପାଖରେ ସିବିଆଇ ଏବଂ ଇଡି ବିରୋଧରେ ବୁଧବାର ପାଇଁ ଦୁଇଟି ସ୍ବତନ୍ତ୍ର ଆବେଦନ ତାଲିକାଭୁକ୍ତ ହୋଇଛି। ତାଙ୍କର ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଜାମିନ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

Share