ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀର ରୋହିଣୀ ସ୍ଥିତ ସିଆର୍ପିଏଫ୍ ସ୍କୁଲ ବାହାରେ ବଡ଼ ବିସ୍ଫୋରଣ ଘଟିଛି। ଏଥିଯୋଗୁ ଆଖପାଖର କୋଠା ସହ ପାଖରେ ଥିବା କାର୍ର କାଚ ଭାଙ୍ଗିଯାଇଛି। ଘଟଣା ପରେ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣରେ ମୃତାହତ ହେବାର କୌଣସି ସୂଚନା ନାହିଁ। ପୋଲିସ ଏବଂ ଏଫ୍ଏସ୍ଏଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଦିଲ୍ଲୀ ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ରବିବାର ସକାଳ ୭.୪୭ଟାରେ ପିସିଆର୍କୁ ଫୋନ୍ ଆସିଥିଲା। ଏଥିରେ ଫୋନ୍ କରିଥିବା ବ୍ୟକ୍ତିଜଣଙ୍କ କହିଥିଲେ ଯେ, ରୋହିଣୀ ସେକ୍ଟର ୧୪ ସିଆର୍ପିଏଫ୍ ସ୍କୁଲ ନିକଟରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ସୂଚନା ପରେ ଏସ୍ଏଚ୍ଓ/ପିବି ଏବଂ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସ୍କୁଲର କାନ୍ଥ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣସ୍ଥଳକୁ ପୋଲିସ ସିଲ୍କରି ତଦନ୍ତ ଚଳାଇଛି।