Categories: ଜାତୀୟ

ଦିଲ୍ଲୀର ମୁଖାର୍ଜୀ ନଗର କୋଚିଂ ସେଣ୍ଟରରେ ଲାଗିଲା ନିଆଁ, ଥିଲେ ୪୦୦ ଛାତ୍ର

ନୂଆଦିଲ୍ଲୀ,୧୫।୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ଏକ ସଂସ୍କୃତ କୋଚିଂ ସେଣ୍ଟରରେ ନିଆଁ ଲାଗିଯିବା ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କୋଚିଂ ସେଣ୍ଟରରେ ଥିବା ଛାତ୍ରମାନେ ସେଠାରୁ ଡେଇଁ ଜୀବନ ବଞ୍ଚାଇଛନ୍ତି। ଖବର ପାଇଁ ୧୧ ଦମକଳ ଗାଡି ସେଠାରେ ପହଞ୍ଚିବା ସହ ଘଟଣାସ୍ଥଳରୁ ରଶି ଲଗାଇ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦମକଳ ବିଭାଗର ସୂଚନା ଅନୁଯାୟୀ ସମସ୍ତ ଛାତ୍ର ସୁରକ୍ଷିତ ଅଛନ୍ତି। ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରାଯାଇ ସାରିଛି। କେହି ଗୁରୁତର ଆହତ ହୋଇ ନାହାନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ନିଆଁ ଲାଗିବା ସମୟରେ କୋଚିଂ ସେଣ୍ଟରରେ ପ୍ରାୟ ୪୦୦ ଛାତ୍ର ଥିଲେ। ଦମକଳ ଗାଡି ପହଞ୍ଚିବା ବେଳେକୁ କେତେଜଣ ଛାତ୍ର ନିଜେ ଡେଇଁ ପଡିବାରୁ ସାମାନ୍ୟ ଆହତ ହୋଇଛନ୍ତି।

Share