ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ହେବ କୋଭିଡ ଭାକ୍ସିନ ଷ୍ଟୋରେଜ୍‌

ନୂଆଦିଲ୍ଲୀ,୨୭।୧୧: ଦେଶର ରାଜଧାନୀ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପ୍ରଥମ କୋଭିଡ-୧୯ ଭାକ୍ସିନର ଷ୍ଟୋରେଜ ସୁବିଧା ପ୍ରସ୍ତୁତ ହେବ। ଏନେଇ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଷ୍ଟୋରେଜ ସୁବିଧା ପାଇଁ ଡାକ୍ତରଖାନାରୁ ଏକ ସ୍ଥାନ ମଗାଯାଇଥିଲା। ହସ୍ପିଟାଲର ମୁଖ୍ୟ ବିଲଡିଂରେ ଏକ ୟୁଟିଲିଟି ବ୍ଲକ୍‌ ଅଛି। ଯେଉଁଥିରେ ଏବେ ଫ୍ଲୁ ଚିକିତ୍ସା ଚାଲିଛି। ସେହି ସ୍ଥାନକୁ ଷ୍ଟୋରେଜ୍‌ ପାଇଁ ଚୟନ କରାଯାଇଛି। ସେଠାରେ ଭାକ୍ସିନ ସହ ଜଡିତ ସମସ୍ତ ଅଫିସ ଓ ଷ୍ଟୋରେଜ୍‌ ନିର୍ମାଣ କରାଯିବ। ଯେଉଁ ସେଣ୍ଟରରୁ ଭାକ୍ସିନ ଆସିବ ତାକୁ ସେଠାରେ ରଖାଯିବ ଏବଂ ବିତରଣ କାର୍ଯ୍ୟ କରାଯିବ ବୋଲି ସୂଚନା ରହିଛି। ଗତ ୧୫ ଦିନ ତଳେ ଦିଲ୍ଲୀ ସରକାରଙ୍କ ଏକ ଟିମ୍‌ ଏହାକୁ ନୀରିକ୍ଷଣ କରିବା ପାଇଁ ଆସିଥିଲେ ବୋଲି ଉକ୍ତ ଅଧିକାରୀ କହିଛନ୍ତି।

Share