ନୂଆଦିଲ୍ଲୀ,୧୭।୭: ପ୍ରବଳ ବର୍ଷା ଯୋଗୁ ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଦିଲ୍ଲୀ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥା ସଙ୍କଟାପନ୍ନ ରହିଛି। କୁହାଯାଉଛି ଯେ ଏଥର ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଯାଇଛି। ୧୯୭୮ରେ ଯେତେବେଳେ ଦିଲ୍ଲୀ ବନ୍ୟା ପାଣିରେ ବୁଡ଼ି ଯାଇଥିଲା ସେତେବେଳେ ଏଭଳି ପରିସ୍ଥିତି ଦେଖାଯାଇଥିଲା। ଏହି ସମୟରେ ରାଜ୍ୟ କଂଗ୍ରେସ କମିଟି ସଭାପତି ଅନିଲ ଚୌଧୁରୀ ଏହାକୁ ଦିଲ୍ଲୀର ସାମ୍ପ୍ରତିକ ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଫଳତା ବୋଲି କହିଛନ୍ତି।
ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ଅରବିନ୍ଦ କେଜ୍ରିୱାଲଙ୍କ ବିଫଳତା। ୧୯୭୮ ଏବଂ ୨୦୧୩ରେ ୮.୫ ଲକ୍ଷ କ୍ୟୁସେକ ପାଣି ଛାଡି ଦିଆଯାଇଥିଲା, ତା’ପରେ ଦିଲ୍ଲୀରେ କିଛି ଘଟି ନ ଥିଲା। ବର୍ତ୍ତମାନ କେବଳ ୩ ଲକ୍ଷ କ୍ୟୁସେକ ଛଡା ହୋଇଛି ଏବଂ ଦିଲ୍ଲୀ କିପରି ବୁଡ଼ିଗଲା? ସେ ଆହୁରି ମଧ୍ୟ କହିଛନ୍ତି ଯେ ୫ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ୫ଟି ବାହାନା କରିସାରିଲେଣି।