Categories: ଜାତୀୟ

ବିଗିଡିଲା ମନୀଷ ସିସୋଡିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ତ୍ରୀ ସୀମା ସିସୋଡିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରକାଶ ପାଇନାହିଁ।
କୁହାଯାଉଛି ଯେ ତାଙ୍କର ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ଅଟେ।

୨୬ ଫେବୃୟାରୀ ୨୦୨୩ରେ ଦିଲ୍ଲୀର ଏକ୍ସାଇଜ ପଲିସି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗିରଫ କରିବା ପରେ ମନୀଷ ସିସୋଡିଆ କହିଥିଲେ, ମୁଁ ମିଥ୍ୟା ମାମଲାରେ ଜେଲ ଯିବାକୁ ଭୟ କରେ ନାହିଁ। ମୋ ସ୍ତ୍ରୀ ଘରେ ଏକୁଟିଆ ଅଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ। ସିସୋଡିଆର ଏହି ବିବୃତ୍ତି ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ସେହି ଦିନ ତାଙ୍କ ବାସଭବନରେ ଭେଟିଥିଲେ।

 

Share