Categories: ଜାତୀୟ

ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଆଜି ଭୋରରେ ଭୟାନକ ଅଘଟଣା ଘଟିଛି। ଏକ ତିନି ମହଲା କୋଠାରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ଘଟିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି।
ଭୋର୍‌ ସମୟରେ ଘରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟକୁ ଫୋନ ଆସିଥିଲା। ଏହା ପରେ ସେଠାକୁ ୪ଟି ଟିମ୍‌କୁ ପଠା ଯାଇଥିଲା। ସେମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ୪ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ତେବେ ନିଆଁ କେମିତି ଲାଗିଲା,ତାହା ସ୍ପଷ୍ଟ ହୋଇପାରିନାହିଁ।

 

Share