Categories: ଜାତୀୟ

ଦିଲ୍ଲୀର ପ୍ରଥମ ଟ୍ରାନ୍ସଜେଣ୍ଡର କାଉନସିଲର୍‌ ହେଲେ ବବି କିନ୍ନର

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ମହାନଗର ନିଗମ(ଏମ୍‌ସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବବି କିନ୍ନର ଇତିହାସ ରଚିିଛନ୍ତି। ସେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ଏମ୍‌ସିଡିର କାଉନସିଲର ହେବେ। ନିର୍ବାଚନରେ ସେ ସୁଲତାନପୁରୀ ୪୩ଏ ୱାର୍ଡରୁ ବିଜେତା ହୋଇଛନ୍ତି।

ତେବେ ବବି କିନ୍ନର ୨୦୧୭ ରେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ହେଁ ଜିତି ନ ଥିଲେ। ଏହାପୂର୍ବରୁ ସେ ଆନ୍ନା ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବରେ ଜଡିତ ଥିଲେ। ୯ମ ଯାଏ ପଢ଼ିଥିବା ବବି ୧୫ ବର୍ଷ ଧରି ‘ହିନ୍ଦୁ ଯୁବା ସମାଜ ଏକତା ଆୱାମ ଆତଙ୍କବାଦ ବିରୋଧୀ କମିଟି’ର ଦିଲ୍ଲୀ ୟୁନିଟର ସଭାପତି ରହି ଆସିଛନ୍ତି। ଚଳିତ ବର୍ଷ ଆମ ଆଦମୀ ପାର୍ଟି ତାଙ୍କୁ ଟିକେଟ ଦେଇ ଚର୍ଚ୍ଚାକୁ ଆସିଥିଲା। ଦଳ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ କରିଥିଲା।

Share