ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍‌କୁ ବିପଦ

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଅର୍ଥନୀତି ଏବଂ ଲୋକଙ୍କୁ ରୋଜଗାର ଯୋଗାଇବାରେ ଷ୍ଟାର୍ଟଅପ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଗୋଟିଏ ପଟେ ଆମେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ବିଷୟରେ କହୁଛୁ, ଅନ୍ୟ ପଟେ ଜିଏସଟି ପରିଷଦ ଏପରି ଅନେକ ନିଷ୍ପତ୍ତି ନେଉଛି ଯାହା ଆମ ଦେଶର ଷ୍ଟାର୍ଟଅପ ଶିଳ୍ପକୁ ନଷ୍ଟ କରିବାକୁ ଯାଉଛି। ଶନିବାର ଅନୁଷ୍ଠିତ ହେବାକୁ ଥିବା ଜିଏସଟି ବୈଠକରେ ଅର୍ଥମନ୍ତ୍ରୀ ଅନଲାଇନ ଗେମିଂ ଉପରେ ୨୮ଶତକଡା ଟିକସ ଉପରେ ଆଲୋଚନା କରିବାକୁ ଯାଉଛନ୍ତି।

ଅତିଶୀ କହିଛନ୍ତି, ଭାରତରେ ଅନଲାଇନ ଗେମିଂ ଷ୍ଟାର୍ଟଅପ ଅର୍ଥବ୍ୟବସ୍ଥା ଏବଂ ଷ୍ଟାର୍ଟଅପ ସେକ୍ଟରରେ ବଡ ଏଣ୍ଟରପ୍ରେନର ଭାବେ ଅଛି। ଅନଲାଇନ ଗେମିଂରେ ୮୦ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ଅନ୍ଲାଇନ ଗେମିଂ ଇଣ୍ଡଷ୍ଟ୍ରିରେ ୧୭ହଜାର କୋଟି ଟଙ୍କା ମୂଲ୍ୟର ବିଦେଶୀ ପୁଞ୍ଜି ନିବେଶ ହୋଇଛି। ଅନଲାଇନ ଗେମିଂ ଇଣ୍ଡଷ୍ଟ୍ରିରେ ଏତେ ଅଭିବୃଦ୍ଧି ଘଟିଛି ଯେ ସାରା ଦେଶରେ ୪୦ କୋଟିରୁ ଅଧିକ ଲୋକ ଅଛନ୍ତି ଯେଉଁମାନେ ଲୁଡୋ, କ୍ୟାରାମ ପରି ଛୋଟ ଗେମିଂକୁ ମନୋରଞ୍ଜନ ଭାବରେ ବ୍ୟବହାର କରନ୍ତି।

ତେବେ ଏହି ୱେବସାଇଟ ଶିଳ୍ପ ଉପରେ ୨୮ଶତକଡା ଟିକସ ଲାଗୁ ହେଲେ ଏହା ଶିଳ୍ପ ଉପରେ ବହୁତ ପ୍ରଭାବ ପକାଇବ। ତେବେ ଜିଏସଟି ବୈଠକରେ ଦିଲ୍ଲୀ ସରକାର ଏହି ନିୟମକୁ ବିରୋଧ କରିବେ।

Share