Categories: ଜାତୀୟ

ମାରାଥନ୍‌ ଦୌଡ଼ ଆୟୋଜିତ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୯।୮: ଅଗଷ୍ଟ ୯ ସୋମବାର କ୍ରାନ୍ତି ଦିବସରେ ଦିଲ୍ଲୀ ସରକାର ଅମୃତ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଏକ ମାରାଥନ ଦୌଡ଼ ଆୟୋଜନ କରାଯାଇଥିଲା। ସ୍ବାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦିଲ୍ଲୀ ସରକାର ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହି ଅବସରରେ ଦିଲ୍ଲୀ ସଚିବାଳୟରେ ଏକ ମାରାଥନ୍‌ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ମୁଖ୍ୟ ଶାସନ ସଚିବ ବିଜୟ ଦେବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏଥିସହ ଦୁହେଁ ଏହି ଦୌଡ଼ରେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

Share