Categories: ଜାତୀୟ

ଆତିଶୀଙ୍କୁ ମିଳିଲା ସିସୋଡିଆଙ୍କ ସରକାରୀ ବାସଭବନ

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆଙ୍କୁ ଆଉ ଏକ ଝଟକା। ଶିକ୍ଷା, ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଆତିଶୀଙ୍କୁ ଦିଲ୍ଲୀ ସରକାର ସିସୋଡିଆଙ୍କ ସରକାରୀ ବାସଭବନ ଦେଇଥିବା ସୂଚନା ମିଳିଛି।

ମନୀଷ ସିସୋଡିଆଙ୍କ ରିମାଣ୍ଡ ଅବଧିକୁ ଆହୁରି ୫ ଦିନ ବୃଦ୍ଧି କରାଯାଇଛି। ସେ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ରିମାଣ୍ଡରେ ରହିବେ। ଶୁକ୍ରବାର ସିସୋଡିଆଙ୍କୁ ରୌଜ୍‌ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ଇଡି ସିସୋଡିଆଙ୍କ ରିମାଣ୍ଡ ବୃଦ୍ଧି କରିବାକୁ ଆବେଦନ କରିଥିଲା। ଏହାପରେ କୋର୍ଟ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛି।

Share