ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ାଇଲେ ରାଜ୍ୟ ସରକାର, ଅକ୍ଟୋବର ୧ ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ,୧୯।୧୦: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଦିଲ୍ଲୀ ସରକାର ଦୁର୍ଗା ପୂଜା ଅବସରରେ ସାଧାରଣ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କରିଛନ୍ତି। ଶ୍ରମିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ନୂଆ ମଜୁରୀ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ନୂଆ ପାରିଶ୍ରମିକ ଲାଗୁ ହେବା ପରେ ବର୍ତ୍ତମାନ କୁଶଳୀ ଶ୍ରମିକ ମାନଙ୍କ ମାସିକ ମଜୁରୀ ୨୦,୯୦୩ ହଜାର ରୁ ୨୧,୨୧୫ ଟଙ୍କା ହେବ।

ସାମାନ୍ୟ କୁଶଳୀ ଶ୍ରମିକ ମାନଙ୍କର ପାରିଶ୍ରମିକ ବୃଦ୍ଧି ପାଇବା ପରେ ସେମାଙ୍କର ମଜୁରୀ ୧୮,୯୯୩ ଟଙ୍କାରୁ ୧୯,୨୭୯ ଟଙ୍କା ହେବ, ସେହିପରି ଅଣ କୁଶଳୀ ଶ୍ରମିକ ମାନଙ୍କର ମଜୁରୀ ୨୬୦ ଟଙ୍କା ବୃଦ୍ଧି ପାଇଛି, ଯାହା ଦ୍ୱାରା ବର୍ତ୍ତମାନ ସେମାନେ ମାସିକ ମଜୁରୀ ୧୭,୨୩୪ ଟଙ୍କାରୁ ୧୭, ୪୯୪ ଟଙ୍କା ପାଇବେ।

Share