ଦିଲ୍ଲୀ ସରକାରଙ୍କର ମୁମ୍ବାଇଠାରୁ ଶିଖିବାର ଆବଶ୍ୟକତା ରହିଛି…

ନୂଆଦିଲ୍ଲୀ,୫।୫: ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ନେଇ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇ ସରକାରଙ୍କଠାରୁ ଦିଲ୍ଲୀ ସରକାର ଶିଖିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। କୌଣସି ଅଧିକାରୀଙ୍କ ବିରୋଧରେ ଅବମାନନା ଅଭିଯୋଗ ଆଣିବା କୋର୍ଟ ଚାହୁଁ ନାହାନ୍ତି ବୋଲି ସୂଚିତ କରିଛନ୍ତି। ଅଧିକାରୀମାନେ ଦିନରାତି କାମ କରୁଛନ୍ତି। ନୋଡାଲ ଏଜେନ୍ସି ଅଧିକାରୀ କରୋନା ପଜିଟିଭ୍‌ ହେବା ପରେ ମଧ୍ୟ କାମ କରି କୋର୍ଟକୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିବା ଘଟଣା ନଜରକୁ ଆସିଥିବା ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଲେ ଯେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ନିଜ ନିଜର ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପାଖରେ ପ୍ରର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍‌ ରହିଛି। ତେବେ ରାଜ୍ୟ ସରକାରଙ୍କ ବିତରଣରେ ଅସୁବିଧା ହେଉଥିବା ସେ କୋର୍ଟରେ ପ୍ରକାଶ କରିଛନ୍ତି।

Share