ନୂଆଦିଲ୍ଲୀ,୪।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସରକାର ଶୁକ୍ରବାର ନୂଆ ଗାଇଡ୍ଲାଇନ ଜାରି କରିଛନ୍ତି। ବାୟୁ ପ୍ରଦୂଷଣକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ହଟସ୍ପଟ ଅଞ୍ଚଳରେ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯିବ। ରାଜଧାନୀ ଦିଲ୍ଲୀରେ ଅଡ-ଇଭେନ୍କୁ ମଧ୍ୟ ବିଚାର କରାଯାଉଛି। ଦିଲ୍ଲୀର ୫୦% ସରକାରୀ କର୍ମଚାରୀ ଶନିବାରଠାରୁ ଘରୁ କାମ କରିବେ। ପ୍ରାଇଭେଟ୍ କମ୍ପାନୀ ମଧ୍ୟ ଏହାକୁ ଫଲୋ କରିବାକୁ କୁହାଯାଇଛି।
ଏହାଛଡା ଦିଲ୍ଲୀକୁ ସମସ୍ତ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ। କେବଳ ସିଏନଜି ଏବଂ ଅତ୍ୟାବଶ୍ୟକ ସେବା ସହିତ ସଂଯୁକ୍ତ ଯାନଗୁଡିକ ଅନୁମତି ଦିଆଯିବ। ଜରୁରୀକାଳୀନ ସେବା ବ୍ୟତୀତ କେବଳ ଦିଲ୍ଲୀରେ କେବଳ ବିଏସ୍-୬ ଡିଜେଲ ଯାନ ଅନୁମତି ଦିଆଯିବ। ଏଥିପାଇଁ ୬ ଜଣିଆ ମନିଟରିଂ କମିଟି ପ୍ରସ୍ତୁତ କରାଯାଇଛି। ୨ଟି ପରିବହନ, ୨ଟି ଟ୍ରାଫିକ ପୋଲିସ ଏବଂ ୨ଟି ଡିଟିସି ସଦସ୍ୟ ଏଥିରେ ସାମିଲ ହେବେ।