Categories: ଜାତୀୟ

କୃଷକ ଆନ୍ଦୋଳନର ୧୭ ମାମଲା ଫେରାଇ ନେବେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ,୧।୩ : ଗତ ବର୍ଷ କୃଷକ ଆନ୍ଦୋଳନ ସମୟରେ ରୁଜୁ ହୋଇଥିବା ୧୭ ମାମଲାକୁ ଦିଲ୍ଲୀ ସରକାର ଫେରାଇ ନେବେ। ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାଗୁଡ଼ିକୁ ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ମଞ୍ଜୁରୀ ଦେଇଛନ୍ତି।

ଏହି ମାମଲାଗୁଡ଼ିକ ମଧ୍ୟରେ ସାଧାରଣତନ୍ତ୍ର ଦିବସ ଅବସରରେ ହୋଇଥିବା ଏକ ହିଂସା ମାମଲା ମଧ୍ୟ ରହିଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ ମଙ୍ଗଳବାର ସୂଚନା ପ୍ରଦାନ କରାଯାଇଛି। ଉପରାଜ୍ୟପାଳ ଅନୀଲ ବୈଜଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାନୁୟାରୀ ୩୧ରେ ରାଜ୍ୟ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ନିକଟକୁ ପଠାଯାଇଥିବା ମାମଲାଗୁଡ଼ିକର ସମ୍ପର୍କିତ ଫାଇଲକୁ ସୋମବାର ଆଇନ ବିଭାଗ ସହିତ ଆଲୋଚନା ପରେ ମଞ୍ଜୁରୀ ମିଳିଛି।

ଦିଲ୍ଲୀ ପୋଲିସ ପକ୍ଷରୁ ୨୦୨୦ ନଭେମ୍ବରଠାରୁ ୨୦୨୧ ଡିସେମ୍ବର ମଧ୍ୟରେ ୫୪ ମାମଲା ରୁଜୁ କରାଯାଇଥିଲା। ସେଥିମଧ୍ୟରୁ ୧୭ ମାମଲା ଫେରାଇ ନେବାକୁ ପୋଲିସ ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Share