Categories: ଜାତୀୟ

ଦିଲ୍ଲୀ ସରକାରଙ୍କ ରାଜସ୍ପରେ ବୃଦ୍ଧି, ସିଏଜି ରିପୋର୍ଟ…

ନୂଆଦିଲ୍ଲୀ, ୬।୭ : ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାରଙ୍କ ରାଜସ୍ବରେ ବୃଦ୍ଧି ଘଟିଛି। ଅରବିନ୍ଦ କେଜ୍ରିୱାଲଙ୍କ ଶାସନରେ ଦିଲ୍ଲୀ ସରକାର କେବେ ବି କ୍ଷତି ହୋଇ ନାହିଁ। ସିଏଜି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦିଲ୍ଲୀରେ ୨୦୧୫ ଠାରୁ ରାଜସ୍ବରେ ବୃଦ୍ଧି ହେବାରେ ଲାଗିଛି।

ଦିଲ୍ଲୀ ବିଧାନସଭାରେ ଉପସ୍ଥାପିତ ହୋଇଥିତ୍ବା ସିଏଜି ର ତଥ୍ୟ ଅନୁଯାୟୀ ଦିଲ୍ଲୀ ସରକାରଙ୍କ ରାଜସ୍ବ ବୃଦ୍ଧି ପାଇଛି। ୨୦୧୯-୨୦୨୦ ବର୍ଷ ପାଇଁ ସିଏଜି ଅଡିଟ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସରକାର ୭,୪୯୯ କୋଟି ଟଙ୍କାର ରାଜସ୍ବ ବୃଦ୍ଧି କରିଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ଅଧିକ ରହିଛି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ସିଏଜି ରିପୋର୍ଟ ଆମର ସଚ୍ଚୋଟତାର ପ୍ରମାଣ। ସିଏଜି ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ ରେ ଦିଲ୍ଲୀ ସରକାରଙ୍କ ରାଜସ୍ବର ଅଧିକ ପରିମାଣ ୭,୪୯୯ କୋଟି ଟଙ୍କା ଥିଲା, ଯାହା ଦର୍ଶାଉଛି ଯେ ରାଜସ୍ବ ବ୍ୟୟ ପୂରଣ ପାଇଁ ଏହା ଯଥେଷ୍ଟ। ଏହି ରିପୋର୍ଟ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଲିଙ୍କ ଶେୟାର କରି ତାଙ୍କ ସରକାରଙ୍କୁ ପ୍ରଶଂସା କରିଛନ୍ତି।

ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡଦିଆ। ସିଏଜି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଦିଲ୍ଲୀ ସରକାର ୨୦୧୫-୧୬ ବର୍ଷ ପର୍ଯ୍ୟନ୍ତ ସବସିଡି ପାଇଁ ୧୮୬୭.୬ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ, ଯାହା ବର୍ତ୍ତମାନ ୩୫୯୨ କୋଟିରେ ପହଞ୍ଚିଛି। ଦିଲ୍ଲୀ ସରକାରଙ୍କ ବ୍ୟୟ ବୃଦ୍ଧି ହେବାର କାରଣ ହେଉଛି ବିଦ୍ୟୁତ ଉପରେ ସବସିଡି। ପ୍ରାୟ ୪୭ ଲକ୍ଷ ସଂଯୋଗରେ ୪୦୦ ୟୁନିଟ ମୂଲ୍ୟ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ସବସିଡି ପ୍ରଦାନ କରୁଛନ୍ତି। ଦିଲ୍ଲୀ ସରକାର ମଧ୍ୟ ଡିଟିସି ବସରେ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି। ଏହା ବ୍ୟତୀତ ସରକାର ଜଳ ବିଲରେ ମଧ୍ୟ ରିହାତି ପ୍ରଦାନ ଜାରି ରଖିଛନ୍ତି।

Share