Categories: ଜାତୀୟ

ଦିଲ୍ଲୀରେ ବଢିବ ମହିଳା ଟ୍ୟାକ୍ସି ଚାଳକଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୯ ।୭: ଦିଲ୍ଲୀ ସରକାର ଭବିଷ୍ୟତରେ ପେଷାଦାର ଡ୍ରାଇଭର ହେବାପାଇଁ ଡ୍ରାଇଭିଂ ପ୍ରଶିକ୍ଷଣ ନେବାକୁ ଇଚ୍ଛୁକ ଥିବା ମହିଳାମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଯାଜନା ଅନୁଯାୟୀ, ପ୍ରଶିକ୍ଷଣର ୫୦ ପ୍ରତିଶତ ଅର୍ଥ ଅର୍ଥାତ୍ ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରାୟ ୪୮୦୦ଟଙ୍କା ପରିବହନ ବିଭାଗ ବହନ କରିବ । ମହିଳାଙ୍କ ପ୍ରଶିକ୍ଷଣ ବୁରାଡି, ଲୋନି ଓ ସରାୟ କାଲେ ଖାଁରେ ସରକାରଙ୍କ ଦ୍ୱାରା ସ୍ଥାପିତ ଇନ ହାଉସ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ ।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସାର୍ବଜନିନ ପରିବହନ କ୍ଷେତ୍ରରେ ମହିଳାମାନଙ୍କୁ ରୋଜଗାରର ଅବକାଶ ଯୋଗାଇ ଦେବା । ଏହି ଯୋଜନାରେ ମହିଳାମାନେ ବିଶେଷ ଭାବେ ଟ୍ୟାକ୍ସି ଡ୍ରାଇଭର ହେବାକୁ ଇଛା ପ୍ରକାଶ କରୁଥିବା ଦେଖାଯାଇଛି ।

Share