Categories: ଜାତୀୟ

ବିଦ୍ୟୁତ ଚାଳିତ ଯାନ ଉପରେ ଟ୍ୟାକ୍ସ ଛାଡ଼ କଲେ ଏହି ସରକାର

ନୂଆଦିଲ୍ଲୀ, ୧୧।୧୦: ଜାତୀୟ ରାଜଧାନୀରେ ବାୟୂ ପ୍ରଦୂଷଣର ବଢ଼ୁଥିବା ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ ଚାଳିକ ଯାନ ଉପରେ ସଡ଼କ ଟିକସ ଛାଡ଼ କରିବାକୁ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟ୍‌ କହିଛନ୍ତି ଯେ, ଦିଲ୍ଲୀ ସରକାର ଏହାର ନୂତନ ବିଦ୍ୟୁତ ଚାଳିତ ଯାନ ନୀତି ଅନୁଯାୟୀ ବ୍ୟାଟେରୀ ଚାଳିତ ଯାନ ଉପରେ ସଡ଼କ ଟିକସ ଛାଡ଼ କରିଛନ୍ତି। ଏଥିସହିତ ପଞ୍ଜିକରଣ ଶୁଳ୍କ ଛାଡ଼ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପଞ୍ଜିକରଣ ଶୁଳ୍କ ଛାଡ଼ ପାଇଁ ଲୋକଙ୍କ ମତାମତ ନିଆଯାଉଛି। ୩ ଦିନ ମଧ୍ୟରେ ଲୋକଙ୍କ ପରାମର୍ଶ ଆସିବା ପରେ ତାକୁ ମଧ୍ୟ ଛାଡ଼ କରାଯିବ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି।

Share