Categories: ଜାତୀୟ

ଅଫିସରଙ୍କ ସ୍ଥାନାନ୍ତର ପୋଷ୍ଟିଂ ଦିଲ୍ଲୀ ସରକାରଙ୍କ ଅଧିକାର…

ନୂଆଦିଲ୍ଲୀ,୧୧।୫ : ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ। ଏହି ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ସମସ୍ତ ବିଚାରପତିଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି।

ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ କହିଛନ୍ତିି, ପୋଲିସ, ପବ୍ଲିକ ଅର୍ଡର ଏବଂ ଜମି ସମ୍ବନ୍ଧୀୟ କ୍ଷମତା କେନ୍ଦ୍ର ସହିତ ରହିବ। ରାୟ ପଢ଼ିବା ପୂର୍ବରୁ ସିଜେଆଇ କହିଛନ୍ତି, ଏହା ସଂଖ୍ୟାଗରିଷ୍ଠତାର ନିଷ୍ପତ୍ତି। ଏହି ନିଷ୍ପତ୍ତି ଦେବା ପୂର୍ବରୁ ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସୀମିତ ରଖିବା ପାଇଁ କେନ୍ଦ୍ରର ଯୁକ୍ତି ସହ ମୁକାବିଲା କରିବା ଆବଶ୍ୟକ ବୋଲି ସିଜେଆଇ କହିଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଏହି ମାମଲା କେବଳ ସେବା ଉପରେ ନିୟନ୍ତ୍ରଣର ଅଟେ।

ସିଜେଆଇ କହିଛନ୍ତି, ନିର୍ବାଚିତ ସରକାର ପ୍ରଶାସନ ଚଳାଇବା ପାଇଁ କ୍ଷମତା ପାଇବା ଉଚିତ, ନଚେତ ଏହା ଫେଡେରାଲ ଢାଞ୍ଚା ପାଇଁ ଏକ ବଡ କ୍ଷତି। ଯେଉଁ ଅଧିକାରୀମାନେ ସେମାନଙ୍କ କର୍ତ୍ତବ୍ୟ ପାଇଁ ପୋଷ୍ଟ ହୋଇଛନ୍ତି ସେମାନେ ମନ୍ତ୍ରୀଙ୍କ କଥା ଶୁଣିବା ଉଚିତ। ବ୍ୟବସ୍ଥାରେ ଏକ ବଡ଼ ତ୍ରୁଟି ରହିଛି। ନିର୍ବାଚିତ ସରକାରରେ ତାଙ୍କର ପ୍ରଶାସନିକ ବ୍ୟବସ୍ଥା ରହିବା ଉଚିତ। ଯଦି ନିର୍ବାଚିତ ସରକାରଙ୍କର ଏହି ଅଧିକାର ନାହିଁ, ତେବେ ଉତ୍ତରଦାୟିତ୍ୱର ତ୍ରିଗୁଣ ଶୃଙ୍ଖଳା ପୂରଣ ହେବ ନାହିଁ।

ଏନସିଟି ସମ୍ପୂର୍ଣ୍ଣ ରାଜ୍ୟ ନୁହେଁ। ଏଭଳି ପରିସ୍ଥିତିରେ ରାଜ୍ୟ ପ୍ରଥମ ତାଲିକାରେ ନାହିଁ। ଅନ୍ୟ ରାଜ୍ୟ ତୁଳନାରେ ଏନସିଟି ଦିଲ୍ଲୀର ଅଧିକାର କମ। ସମ୍ବିଧାନ ବେଞ୍ଚରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଏମଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ ନରସିଂହ ରହିଛନ୍ତି। ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସେବାଗୁଡିକର ନିୟନ୍ତ୍ରଣ କାହା ହାତରେ ରହିବ ତାହା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ନିଷ୍ପତ୍ତି ନେବା ଲାଗି ଜାନୁଆରୀ ୧୮ ରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷଣ କରିଥିଲେ।

Share