Categories: ଜାତୀୟ

୪ ଏୟାର ଲାଇନ ଉପରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୮।୪: ମହାରାଷ୍ଟ୍ରରୁ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟକୁ ଯାଞ୍ଚ କରୁ ନାହାନ୍ତି ୪ ଏୟାର ଲାଇନ। ଏଥିଯୋଗୁ ଇଣ୍ଡିଗୋ, ବିସ୍ତାରା, ସ୍ପାଇସଜେଟ ଓ ଏୟାର ଏସିଆ ବିରୋଧରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର। ବିପର୍ଯ୍ୟୟ ପରଚାଳନା ଅଧିନିୟମ (ଡିଡିଏମ୍‌ଏ) ଅନୁଯାୟୀ, ଏହି ମାମଲା ଦାୟର କରାଯିବ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ ସରକରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମହାରାଷ୍ଟ୍ରରୁ ଦିଲ୍ଲୀ ଆସିବା ପାଇଁ ହେଲେ ସାଥିରେ କୋଭିଡ୍‌ ୧୯ ନେଗେଟିଭ ରିପୋର୍ଟ ଆଣିବା ନିହାତି ଦରକାର। ନ ହେଲେ ଯାତ୍ରୀଙ୍କୁ ୧୪ ଦିନିଆ କ୍ୱାରେଣ୍ଟିନ ରହିବାକୁ ପଡ଼ିବ।

Share