Categories: ଜାତୀୟ

ରାଜଧାନୀକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ, ୨୬।୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।

ଓମିକ୍ରନ୍‌ ଭାରିଆଣ୍ଟ ଆସିବା ପରେ ଦିଲ୍ଲୀରେ ଦୈନିକ କୋଭିଡ୍‌ ସଂକ୍ରମଣ ରବିବାର ୨୯୦ରେ ପହଞ୍ଚତ୍ଛି, ଯାହାକି ଗତ ୬ ମାସ ମଧ୍ୟରେ ସର୍ବାଧିକ। ସେହିପରି ପଜିଟିଭିଟି ହାର ୦.୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ନୂଆ ସଂକ୍ରମଣକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୪୩,୩୫୨ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୫,୧୦୫ ହୋଇଛି। ସକ୍ରିୟ ମାମଳା ସଂଖ୍ୟା ୧,୧୦୩ ଥିବା ବେଳେ ୫୮୩ ରୋଗୀ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ସେହିପରି ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୯୨୨ ନୂଆ ମାମଲା ଚିହ୍ନଟ ହେବା ସହ ୨ ଜଣଙ୍କ ଜୀବନ ଯାଇଛି।

ଦିଲ୍ଲୀକୁ ମିଶାଇ ୮ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଲାଣି। ପୂର୍ବରୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ଆସାମ, ହରିୟାଣାରେ କର୍ଫ୍ୟୁ ଲାଗୁ ହୋଇଥିଲା। କର୍ନାଟକ ସହକାର ମଙ୍ଗଳବାରଠାରୁ ୧- ଦିନ ରାତ୍ର କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Share